ଚିତ୍ରକୋଣ୍ଡାରେ ନକ୍ସଲ୍‍ ପୋଷ୍ଟର

0

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାର ତିନିକୋଣିଆ ଅଞ୍ଚଳରେ ନକ୍ସଲ୍‍ ପୋଷ୍ଟର ଦେଖିବାକୁ ମିଳିଛି। କାଲମାର୍କ୍ସଙ୍କ ବୈଜ୍ଞାନିକ ଚିନ୍ତାଧାରାକୁ ଅନୁସରଣ କରି ସମସ୍ୟା ସମାଧାନ ଓ ବିକାଶ କାର୍ଯ୍ୟ ସମ୍ପାଦନ କରିବାକୁ ଏଥିରେ ଉଲ୍ଲେଖ ରହିଛି। ପୋଷ୍ଟର ତଳେ କାଲିମେଳା ଆଞ୍ଚଳିକ ମାଓବାଦୀ କମିଟି ବୋଲି ଉଲ୍ଲେଖ ରହିଛି। ବିଖ୍ୟାତ ଦାର୍ଶନିକ, ଅର୍ଥନୈତିକ ଓ ସମାଜ ବିଜ୍ଞାନୀ କାର୍ଲମାର୍କ୍ସଙ୍କ ୨୦୦ ତମ ଜନ୍ମଜୟନ୍ତୀ ପାଳିତ ହେବାକୁ ଯାଉଛି। ଏହି ଅବସରରେ ଗତ କିଛି ଦିନ ହେଲା ମାଲକାନଗିରି, କୋରାପୁଟ୍‍ ଜିଲାର ବିଭିନ୍ନ ଅଞ୍ଚଳରେ ନକ୍ସଲ୍‍ ସଂଗଠନ ସକ୍ରିୟ ହୋଇଛନ୍ତି। ପୋଷ୍ଟର ଜରିଆରେ ଠିକାଦାର ଓ ପୁଲିସ ଇନଫର୍ମରଙ୍କୁ ହତ୍ୟା କରିବାକୁ ଚେତାବନୀ ଦିଆଯାଉଛି।

Leave A Reply