ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଜେସିବି ପୋଡ଼ିଲେ ମାଓବାଦୀ

ରାୟଗଡା : ରାୟଗଡା ଜିଲାର କଲ୍ୟାଣସିଂହପୁର ଅନ୍ତର୍ଗତ ପଡାପଦର ପଞ୍ଚାୟତ କଲିକିଗୁଡ଼ାକୁ ଘାଟିରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଜେସିବି ମାଓବାଦୀ ପୋଡି ଦେଇଥିବା ଜଣାପଡିଛି। କଲିକିଗୁଡ଼ାକୁ ଘାଟିରେ ରାସ୍ତା କାମକୁ ବିରୋଧ କରି ମାଓବାଦୀ ଏପରି କାଣ୍ଡ ଘଟାଇଛନ୍ତି । ଗାଡ଼ି ପୋଡ଼ିବା ସ୍ଥାନରେ ମାଓବାଦୀ କିଛି ପୋଷ୍ଟର ଛାଡ଼ି ଯାଇଛନ୍ତି ବୋଲି ସୂଚନା ମିଳିଛି। ଏନେଇ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.