ନବରଙ୍ଗପୁର ଜିଲାରେ ସର୍ବାଧିକ ସ୍କୁଲ ଡ୍ରପଆଉଟ୍‌

ଭୁବନେଶ୍ଵର: ପାଠ ପଢ଼ା ଅଧାରୁ ସ୍କୁଲ ଛାଡ଼ିବା କ୍ଷେତ୍ରରେ ନବରଙ୍ଗପୁର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍କୁଲ ଡ୍ରପଆଉଟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ବିଧାନସଭାରେ ମୁକେଶ ମହାଲିଙ୍ଗ ରାଜ୍ୟରେ ସ୍କୁଲ ଡ୍ରପଆଉଟ୍‌ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ, ଅଧାରୁ ପାଠ ଛାଡ଼ିବାରେ ନବରଙ୍ଗପୁର ଜିଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଗତବର୍ଷ ନବରଙ୍ଗପୁର ଜିଲାରେ ଡ୍ରପଆଉଟ୍‌ ହାର ୧୧.୨୧ ପ୍ରତିଶତ ଥିବାବେଳେ ଚଳିତବର୍ଷ ,ହା ୧୩.୩୫%କୁ ବୃଦ୍ଧି ପାଇଛି। ୨ୟ ଏବଂ ୩ୟ ସ୍ଥାନରେ ଯଥାକ୍ରମେ ମାଲକାନଗିରି ଏବଂ ଗଜପତି ଜିଲା ରହିଛନ୍ତି। ମାଲକାନଗିରି ଜିଲାରେ ଡ୍ରପଆଉଟ ହାର ୧୩% ଥିବାବେଳେ ଗଜପତି ଜିଲାରେ ୯.୩୮% ପ୍ରତିଶତ ରହିଛି। ଏହି ୩ ଜିଲା ପଛକୁ ରହିଛନ୍ତି କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, ନୂଆପଡ଼ା ଏବଂ ସୁନ୍ଦରଗଡ଼।

Comments are closed.