ନିଃସର୍ତ୍ତ କ୍ଷମା ମାଗିଲେ ନବାବ ମାଲିକ

ମୁମ୍ବଇ : ମହାରାଷ୍ଟ୍ର ମନ୍ତ୍ରୀ ନବାବ ମାଲିକ ମୁମ୍ବଇସ୍ଥିତ ଏନ୍‌ସିବି ଆଞ୍ଚଳିକ ନିର୍ଦେଶକ ସମୀର ୱାଙ୍ଖେଡେଙ୍କ ବିରୋଧରେ ଦେଇଥିବା କେତେକ ମନ୍ତବ୍ୟ ପାଇଁ ବମ୍ବେ ଉଚ୍ଚ ନ୍ୟାୟାଳୟ​ରେ ‌ନିଃସର୍ତ୍ତ କ୍ଷମା ଆବେଦନ କରିଛନ୍ତି । ସମୀରଙ୍କ ଦ୍ବାରା ଆଗତ ମାନହାନି ମାମଲାର ଶୁଣାଣିବେଳେ ଉଚ୍ଚ ନ୍ୟାୟାଳୟ ଦର୍ଶାଇଥିଲେ ଯେ ଏନ୍‌ସିପି ନେତା ମାଲିକ ଜାଣିଶୁଣି ମାନହାନି ସୂଚକ ମନ୍ତବ୍ୟ ଦେଇଛନ୍ତି।  ନଭେମ୍ବର ୨୫ ଓ ୨୯ରେ ଉଚ୍ଚ ନ୍ୟାୟାଳୟଙ୍କ ତାଗିଦାକ୍ରମେ ସେ ଆଉ କେବେ ହେଲେ ସମୀର କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପାଟି ଖୋଲିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସମୀରଙ୍କୁ ଅପମାନିତ କିମ୍ବା ଅସମ୍ମାନ କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଏଥିରେ ଦର୍ଶାଇଥିଲେ। ଗଣମାଧ୍ୟମ ଦ୍ବାରା ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ ଯାହା କିଛି କହିଥିଲେ ବୋଲି ମାଲିକ ତିନି ପୃଷ୍ଠାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେ କ୍ଷମା ପ୍ରାର୍ଥନା କରିଥିବାରୁ ତାଙ୍କ ବିରୋଧରେ ଆଉ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ମାଲିକ ଦର୍ଶାଇଛନ୍ତି।

Comments are closed.