ସମୁଦ୍ରରେ ଖସିପଡ଼ିଲା ମିଗ୍‌-୨୯: ପାଇଲଟ୍‌ ନିଖୋଜ

ନୂଆଦିଲ୍ଲୀ : ଭାରତୀୟ ନୌବାହିନୀର ଏକ ମିଗ୍‌-୨୯କେ ପ୍ରଶିକ୍ଷଣ ବିମାନ ଗୁରୁବାର ସନ୍ଧ୍ୟାରେ ଆରବ ସାଗରକୁ ଖସିପଡ଼ିବାରେ ଜଣେ ପାଇଲଟ ନିଖୋଜ ହୋଇଯାଇଛନ୍ତି। ଅନ୍ୟ ଜଣେ ପାଇଲଟଙ୍କୁ ଉଦ୍ଧାର କରାଯାଇଥିବା ଶୁକ୍ରବାର ନୌସେନା ପକ୍ଷରୁ କୁହାଯାଇଛି। ନିଖୋଜ ପାଇଲଟ୍‌ଙ୍କୁ ଉଦ୍ଧାର ପାଇଁ ନୌବାହିନୀର ଆକାଶ ଓ ସାମୁଦ୍ରିକ ୟୁନିଟ୍‌ ଅଭିଯାନ ଅବ୍ୟାହତ ରଖିଛନ୍ତି। ଏଥିସହିତ ବିମାନ ଦୁର୍ଘଟଣାର ତଦନ୍ତ ଆଦେଶ ଦିଆଯାଇଛି। ସୂଚନାନୁଯାୟୀ, ଏହି ବିମାନ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ରୁ ଉଡ଼ାଣ କରିଥାଏ। ନୌବାହିନୀରେ ୪୦ଟି ମିଗ୍‌-୨୯କେ ବିମାନ ରହିଛି। ନିକଟରେ ଶେଷ ହୋଇଥିବା ମାଲାବାର ସମରାଭ୍ୟାସରେ ଏହି ରୁଷ୍‌ ନିର୍ମିତ ବିମାନ ଉତ୍ତମ ସମର କୌଶଳ ପ୍ରଦର୍ଶନ କରିଥିଲା।

Comments are closed.