ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର       

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ୧୦ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି l କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷି ଆଇନରେ ଅନେକ ଭୁଲ ଥିବା ଦର୍ଶାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି ଜିଲ୍ଲା କଂଗ୍ରେସ l ବର୍ତ୍ତମାନ ଯେଉଁ ଆଇନ କରାଯାଇଛି ତାହା ବଡ଼ ବଡ଼ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ହୋଇଥିବାବେଳେ ଛୋଟ ଛୋଟ ଚାଷୀମାନେ ହଇରାଣ ହେବା ସହ ଏହା ଦ୍ୱାରା ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ବୋଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି l ତେଣୁ, ପୂର୍ବଭଳି ଧାନ ମଣ୍ଡିର ସୁବିଧା କରିବା, ଲ୍ୟାମ୍ପ ଓ କୋପରେଟିଭ ଜରିଆରେ ଧାନ ବିକ୍ରି କରିବା, ଧାନର MSP ଧାର୍ଯ୍ୟ କରିବା ସହ ଫଳ, ମକା, ପନିପରିବା ଆଦି ଗୁଡିକର ବିକ୍ରି ପାଇଁ ସୁବିଧା ଭଳି ୧୦ ଦଫା ଦାବି ରଖିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ l କୋଭିଡି ପରି ଘଡିସନ୍ଧି ମୁହୂର୍ତ୍ତରେ ନାମକୁ ମାତ୍ର ଚାଷୀଙ୍କ ଉତ୍ପାଦିତ ଫସଲକୁ ଦଲାଲ ହାତରେ ନ୍ୟସ୍ତ କରି କେନ୍ଦ୍ର ସରକାର କୃଷି ମାରଣ ନୀତି କରିଥିବା ଅଭିଯୋଗ କରିଛନ୍ତି l ଗରିବ ଚାଷୀମାନେ ସରକାରଙ୍କ ଭୁଲ ନିଷ୍ପତ୍ତି ପାଇଁ ଶୋଷଣର ଶିକାର ହେବା ନିଶ୍ଚିତ ହୋଇପଡିଛି l ତେଣୁ ଆଗାମୀ ଦିନରେ କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ନକରନ୍ତି ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ନବରଙ୍ଗପୁର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି l

Comments are closed.