ଚେରମୂଳି ଔଷଧରେ ଚିକିତ୍ସା କରି ପରିଚୟ ସୃଷ୍ଟି କରିଛନ୍ତି ମନ ଭତରା

ନବରଙ୍ଗପୁର : ବଣଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ଏଭଳି କିଛି ମଣିଷ ରହିଛନ୍ତି ନିଜ ସମସ୍ତ କାର୍ଯ୍ୟ କରିବା ସତ୍ତ୍ୱେ କିଛି ଭିନ୍ନ ଶୈଳୀରେ ପରିଚୟ ସୃଷ୍ଟି କରି ପାରିଛନ୍ତି । ପ୍ରକୃତିର ବକ୍ଷରେ ଜନ୍ମିଥିବା ବୃକ୍ଷଲତାକୁ ବ୍ୟବହାର କରି ଔଷଧୀୟ ଗୁଣକୁ ରୋଗ ବ୍ୟାଧିରେ  ବ୍ୟବହାର କରି ସମାଜର ସେବା କରିବା ପ୍ରତି ଗୁରୁତ୍ବ ଦେଇ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ପ୍ରକୃତିର ମୂଲ୍ୟ ଆମ ମଣିଷ ସମାଜ ପାଇଁ ସବୁବେଳେ ଅମୂଲ୍ୟ ରହିଛି ।ବଣ ଜଙ୍ଗଲରେ ପ୍ରକୃତି ରାଣୀ ବହୁ ଔଷଧୀୟ ବୃକ୍ଷଲତାକୁ ସାଇତି ରଖୁଥିବାବେଳେ ତା’ରି ଗୁଣଗ୍ରାମକୁ ଚିହ୍ନି ଲୋକଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟବହାର କରି ସଫଳତା ହାସଲ କରିଥିବା ଚିତ୍ର ଦେଖିବାକୁ ମିଳିଛି  ଡାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡା ଭଳି ଛୋଟିଆ ଗ୍ରାମରେ ।
ବହୁ ବର୍ଷର ତାଳପତ୍ର ପୋଥିରୁ ସଂଗୃହିତ ସ୍ୱାସ୍ଥ୍ୟ ସମ୍ବଳିତ ଔଷୟ ଚେରମୂଳି ଚିକିତ୍ସା କରିବାରେ ଅନନ୍ୟ ଭୂମିକା ତୁଲାଇଛନ୍ତି ମନ ଭତ୍ର।।ବଣମଲ୍ଲୀର ବାସନା ଯେ କେବଳ ବଣ ଭିତରେ ସଂରକ୍ଷିତ ରହେ ତାହା ଭୁଲ , ଦିନ , ମାସ ବର୍ଷ ପରେ ବେ ସମଗ୍ର ଜିଲ୍ଲା ସମେତ ଆଖପାଖ ଜିଲ୍ଲା ସହ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ପଡୋଶୀ ରାଜ୍ୟରେ ଚହଳ ସୃଷ୍ଟି କରିଛି । ବିଶେଷକରି ହାଡ ଭଙ୍ଗା କ୍ଷେତ୍ରରେ ଦେଶୀ ଟିକିତ୍ସା କରି ସଫଳତା ପାଇବାରେ ବେଶ ପ୍ରଶଂସନୀୟ ଭୂମିକା ନେଇଛନ୍ତି ମନ ଭତ୍ରା। ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ସ୍ତ୍ରୀ ଯମୁନା ସହ ଚାଷ କାମକୁ ମୁଖ୍ୟ ଜୀବିକା ରୂପେ ଗ୍ରହଣ କରି ସୁରୁଖୁରୁରେ ଚଳି ଆସିଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ମନୁ ଭତ୍ରା କେବଳ ହାଡଭଙ୍ଗା ନୁହେଁ ବରଂ କାଛୁ କୁଣ୍ଡିଆ ଭଳି ଚର୍ମରୋଗର ସଫଳ ଚିକିତ୍ସା କରନ୍ତି । କୁକୁର କାମୁଡା ଭଳି ପରିସ୍ଥିତିକୁ ନେଇ ଗାଁରୁ ସହର ଯିବା ଅଥବା ନିକଟସ୍ଥ ଡାକ୍ତର ଖାନା ଯାଇ ସୁଦ୍ଧା ଲୋକମାନେ ଆଜି ମଧ୍ୟ ଚେରମୂଳି ଉପରେ  ବିଶ୍ୱାସ ରଖିବାକୁ କିଛି ଲୋକ ନାପସନ୍ଦ କରୁଥିବାବେଳେ, କିଛି ଲୋକଙ୍କ କ୍ଷେତ୍ରରେ ଏହା ବିଶଲ୍ୟ କରଣୀ ଭଳି କାମ କରିଛି। ସେମାନେ ଆଜିବି ମନେ ରଖୁଛନ୍ତି ମନ ଭତ୍ରାଙ୍କ ସେବାକୁ । ପ୍ରାୟତଃ,  ପ୍ରତି ଦିନ ବିଭିନ୍ନ ଅଂଚଳରୁ ବହୁ ରୋଗୀ ନିଜ ନିଜ ସମସ୍ୟାକୁ ନେଇ ମନ ଭତ୍ରାଙ୍କ ନିକଟକୁ ଆସିଥାନ୍ତି ଏବଂ ବହୁଲୋକ ଆରୋଗ୍ୟ ହାଇଥିବା ସ୍ଥାନୀୟ ବାସିନ୍ଦାମାନେ ମତବ୍ୟକ୍ତ କରିଛନ୍ତି ।

Comments are closed.