କଲରା ପତରିଆ ବାଘ ଚମଡା ସହ ୪ଗିରଫ

ନବରଙ୍ଗପୁର : ନବରଙ୍ଗପୁର ବନବିଭାଗକୁ ମିଳିଛି ବଡ ସଫଳତା। ୩ଟି ବାଘ ଚମଡା କାରବାରରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କର ବ୍ୟବହୃତ ଦୁଇଟି ବାଇକ ଓ ୪ଟି ମୋବାଇଲ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ନବରଙ୍ଗପୁରଜିଲା ନନ୍ଦାହାଣ୍ଡିବ୍ଳକ ଅନ୍ତର୍ଗତ ବିରିଗୁଡା ଗ୍ରାମର ଗୁପ୍ତଚନ୍ଦ୍ର ଟାକ୍ରିି ଓ ପ୍ରହଲ୍ଲାଦ ନାୟକ ଏବଂ ଅନ୍ୟଦୁଇଜଣ କଳାହାଣ୍ଡିିଜିଲା ମହୁଲପଦର ଗ୍ରାମର ତ୍ରିନାଥ ନାୟକ ଓ ସୁରେନ୍ଦ୍ର ନାୟକ। କୈାଣସି ସୂତ୍ର ରୁ ଖବରପାଇ ବନବିଭାଗ କଳାହାଣ୍ଡି ଜିଲାର ସୀମାନ୍ତ ଦେଇ ନବରଙ୍ଗପୁର ଜିଲାକୁ ଗୋଟିଏ ବାଇକ ରେ ଦୁଇଜଣ ଆସୁଥିବାବେଳେ ଉଷୁରିପଦର ଗ୍ରାମ ନିକଟରେ ବନବିଭାଗ କର୍ମଚାରୀ ସେମାନଙ୍କୁ ଧରିଥିଲେ। ସେମାନଙ୍କର ଠାରୁ ଦୁଇଟି କଲାପାତିଆବାଘ ଚମଡା ଜବତ କରାଯାଇଥିଲ। ଅନ୍ୟଏକ ଘଟଣାରେ ଗୋଟିଏ କଲରାପାତିଆ ବାଘଚମଡା ସହିତ ଦୁଇଜଣଙ୍କୁ ଧରିଥିଲେ। ତେବେ ଏହିବାଘ ଚମଡା ର‍୍ୟାକେଟରେ କେଉଁମାନେ ସଂପୃକ୍ତ ଅଛନ୍ତି ଓ କେଉଁ ଠାରୁ ଅଣାଯାଇ କେଉଁଠାକୁ ଯାଉଥିଲା ତାର ତଦନ୍ତ କରାଯାଉଥିବା ନବରଙ୍ଗପୁର ଡିଏଫଓ ମଗର ଧନାଜି ରାଓସେ କହିଛନ୍ତି। ତେବେ ଗତ କିଛି ବର୍ଷପୂବେ; ଅନୁରୂପ ଭାବେ ଏକାଧିକ ବାଘ ଚମଡା ଧରାଯାଇଥିଲ।। ତେବେ ଏହି କାରବାର ରେ ବଡ ର‍୍ୟାକେଟ ରହିଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦୃଢଦାବି କରାଯାଇଛି।

Comments are closed.