ଜିଲାପାଳଙ୍କ କାର୍ଯ୍ୟାଳୟରେ ୨ କର୍ମଚାରୀଙ୍କୁ କରୋନା; ୨ ଦିନ ପାଇଁ କାର୍ଯ୍ୟାଳୟ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହାପରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗୁରୁବାର, ଶୁକ୍ରବାର ୨ ଦିନ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶରେ ବନ୍ଦ କରିଦିଆଯାଇଛି। ଆସନ୍ତା ଶନିବାର ଏବଂ ରବିବାର ଛୁଟିଥିବା ଯୋଗୁଁ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲାଯିବ ବୋଲି ସୂଚନା ମିଳିଛି।

Comments are closed.