ନୂଆବର୍ଷ ପାଳିବେନି ନବୀନ, ଶୁଭେଚ୍ଛୁଙ୍କୁ ଆସିବାକୁ ମନାକଲେ

ଭୁବନେଶ୍ଵର: ପ୍ରତିବର୍ଷ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ପ୍ରଶଂସକ ଏକ ଶୁଭେଚ୍ଛୁ ଭେଟି ଅଭିନନ୍ଦନ ଜଣାଇଥାନ୍ତି। ନବୀନ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କିନ୍ତୁ ଚଳିତଥର ମୁଖ୍ୟମନ୍ତ୍ରୀ ନୂଆବର୍ଷ ପାଳନ କରିବେ ନାହିଁ। ତାଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ଦେହାନ୍ତ ଯୋଗୁ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। ଭିଣୋଇଙ୍କ ପାଇଁ ସେ ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି। ତେଣୁ ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ଲାଗି ନବୀନ ନିବାସ ନ ଆସିବା ଲାଗି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କର ଗତ ସୋମବାର ପରଲୋକ ହୋଇଯାଇଛି। ଗୀତା ମେହେଟ୍ଟା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ଭିଣୋଇଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସୋନି ମେହେଟ୍ଟା ଜଣେ ଖ୍ୟାତିସମ୍ପନ୍ନ ପ୍ରକାଶକ ଭାବେ ପରିଚିତ ଥିଲେ। ସେ ‘ଆଲଫ୍ରେଡ୍‌ ଏ. ନୋଫ’ର ଏଡିଟର ଇନ୍‌ ଚିଫ୍‌ ଏବଂ ନୋଫ୍‌ ଡବଲଡେ ପବ୍ଲିଂଶିଂ ଗ୍ରୁପର ଚେୟାରମ୍ୟାନ ଥିଲେ।

Comments are closed.