ନୀତୀଶଙ୍କ ସହ ଫୋନରେ କଥା ହେଲେ ନବୀନ

ଭୁବନେଶ୍ୱର : ବନ୍ୟା ପରିସ୍ଥିତି ଯୋଗୁଁ ବିହାର ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ମୃତାହତ ହୋଇଛନ୍ତି। ଏଠାରେ ଧନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବନ୍ୟା କ୍ଷୟକ୍ଷତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ବିହାର ସରକାରଙ୍କୁ ଓଡ଼ିଶା ସବୁପ୍ରକାର ସହାୟତା ଯୋଗାଇଦେବ ବୋଲି ଭରସା ଦେଇଛନ୍ତି।

Comments are closed.