MEllora 950×100

ଆଜି ପଦ୍ମପୁର ଯିବେ ନବୀନ

୩ ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବେ

ଭୁବ‌େ‌ନଶ୍ବର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଚାର ପାଇଁ ହାତରେ ଆଉ ଦିନ କେଇଟା ଥିବାରୁ ତିନିପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ହେଭିୱେଟ୍ ନେତା ପଦ୍ମପୁର ଗସ୍ତ କରୁଛନ୍ତି। ଏହିକ୍ରମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପଦ୍ମପୁର ପ୍ରଚାର ମୈଦାନରେ ଓହ୍ଲାଇବାକୁ ଯାଉଛନ୍ତି । ପୂର୍ବରୁ ବହୁ ଉପନିର୍ବାଚନରେ ନବୀନ ଆଭାସି ଜରିଆରେ ପ୍ରଚାର କରିଥିବାବେଳେ ପଦ୍ମପୁରରେ ସିଧାସଳଖ ପ୍ରଚାରକୁ ନେଇ କର୍ମୀଙ୍କ ମହଲରେ ଉତ୍ସାହ ଦ୍ବିଗୁଣିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଯୋଗଦେବା ସହ ସମ୍ବୋଧିତ କରିବେ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୨୫ ମିନିଟରେ ଝାରବନ୍ଧ ବ୍ଲକର ଶକ୍ତିଛକ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସେ ସଭାସ୍ଥଳକୁ ଯାଇ ଜନସଭାକୁ ସମ୍ବୋଧିତ କରିବେ। ଦିନ ୧୨ଟା ୩୦ରେ ପାଇକମାଳ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଉଦବୋଧନ ରଖିବେ। ସେହିପରି ଦିନ ୧ଟା ୩୦ରେ ପଦ୍ମପୁର ଆରଏଲ କଲ୍ୟାଣ ମଣ୍ଡପକୁ ଯିବେ। ସେଠାରୁ ଦିନ ୩ଟା ୧୫ ମିନିଟରେ ସଡ଼କ ଯୋଗେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଅଭିମୁଖେ ଯିବେ। ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ସେଠାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ସାରି ସନ୍ଧ୍ୟା ୫ଟା ୨୦ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

Comments are closed.