ଜନ୍ମଦିନ ପାଳିବେନି ନବୀନ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୩ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏଥର ସେ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟଜନିତ ପରିସ୍ଥିତି ଦୃଷ୍ଟିରୁ ସେ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ବାତ୍ୟା ଏବଂ ବନ୍ୟା ପାଇଁ ସେ ଜନ୍ମଦିନ ପାଳନ କରୁନଥିବାରୁ ଶୁଭେଚ୍ଛୁମାନେ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନଆସିବାକୁ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ଦିନ କଟକରେ ଜନ୍ମଗ୍ରହଣ କରିଥିଲେ। ଗଣମାଧ୍ୟମକୁ ଜନ୍ମଦିନ ପାଳୁନଥିବା ସମ୍ପର୍କରେ ସୂଚନା ଦେବା ଅବସରରେ ଦୁର୍ଗାପୂଜା ପାଇଁ ସେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply