ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ, ବିଧାୟକ ଭାବେ ଶପଥ ନେଲେ ନବୀନ

ଭୁବନେଶ୍ଵର: ରାଜ୍ୟରେ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାର ଆରମ୍ଭ ହୋଇଛି। ଏହି ଅବସରରେ ନବନିର୍ବାଚିତ ବିଧାୟକମାନେ ଗୃହରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ଅମର ଶତପଥୀ ଶପଥପାଠ କରାଇଥିଲେ।

ଚଳିତ ଥର ୧୪୭ ଆସନରୁ ୧୪୬ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତନ୍ମଧ୍ୟରୁ ବିଜେଡି ୧୧୨ ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୨୩ ଏବଂ କଂଗ୍ରେସ ୯ ଆସନରେ ଜିତିଛି। କେନ୍ଦ୍ରାପଡ଼ାର ପାଟକୁରା ଆସନରେ ନିର୍ବାଚନ ହୋଇ ନ ଥିଲା।

Comments are closed.