ନବୀନ ମାଗିଲେ ଅଧିକ ଟିକା

ଭୁବନେଶ୍ୱର : କରୋନା ମୁକାବିଲା ନେଇ ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ। ବୈଠକରେ ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଏସବୁ ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା କରଣ ଉପରେ ନିଜର ମତ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ସଠିକ୍ ଭାବେ ଟିକା କରଣ ହେଉଛି। ଘରୋଇ ହସ୍‌ପିଟାଲକୁ ୫ ପ୍ରତିଶତ ଟିକା ଦେଇ ରାଜ୍ୟ ସରକାରଙ୍କୁ ୯୫ ପ୍ରତିଶତ ଟିକା ଯୋଗାଣ କରାଯାଉ। ତୃତୀୟ ଲହରରୁ ପିଲା ମାନଙ୍କୁ ବଞ୍ଚାଇବା ସହ ୧୨ରୁ ୧୮ବର୍ଷ ପିଲାମାନଙ୍କ ପାଇଁ ଟିକାକୁ ପ୍ରାଥମିକତା ଦିଆଯାଇଛି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପିଲାମାନଙ୍କୁ କରୋନାରୁ ବଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ପଡିବ। ଗତ ଦୁଇ ସପ୍ତାହ ମଧ୍ୟରେ ୟୁରୋପର ଦେଶରେ କରୋନା ବୃଦ୍ଧି ପାଉଛି, ଆମେରିକାରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଏହା ଆମ ପାଇଁ ଏକ ଚେତାବନୀ। ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକା ଉପରେ ରଣନୀତି ଉପରେ ଫୋକସ କରିବା ଆବଶ୍ୟକ। ସଂକ୍ରମଣ ଅଧିକ ଥିବା ଅଞ୍ଚଳରେ ଟିକାକରଣ ଅତ୍ୟନ୍ତ ଜରୁରୀ। ଏହାସହ ପ୍ରାଥମିକ ସଂକ୍ରମଣ ଚିହ୍ନଟ ପାଇଁ ଆରଟିପିସିଆର ଟେଷ୍ଟ ବଢାଇବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।

Comments are closed.