ଆସନ୍ତାକାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ, ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ

ଭୁବନେଶ୍ବର : ଅକ୍ଟୋବର ୧୬ ବୁଧବାର ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ। ସେ ଆସନ୍ତାକାଲି ଅର୍ଥାତ ବୁଧବାର ୭୪ବର୍ଷ ବୟସରେ ପଦାର୍ପଣ କରିବେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଜନ୍ମ ଦିନ ପାଳନ କରିବେ ନାହିଁ। ରାଜ୍ୟରେ ହୋଇଥିବା ସାମୁଦ୍ରିକ ଝଡ଼ ଫନିରେ ହୋଇଥିବା କ୍ଷୟକ୍ଷତି ପାଇଁ ନବୀନ ଏଥର ଜନ୍ମଦିନ ନ ପାଳିବା ପାଇଁ ସୂଚନା ଦେଇଛନ୍ତି। ତେଣୁ ଆସନ୍ତାକାଲି ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ‘ଆମ ଦଳର କର୍ମୀ ଭାଇଭଉଣୀ ଓ ଶୁଭେଚ୍ଛୁମାନଙ୍କୁ ନିବେଦନ କରୁଛି ସେମାନେ ମୋତେ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ୱରସ୍ଥିତ ନବୀନ ନିବାସକୁ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ।’

Comments are closed.