ଜାତିଗତ ଜନଗଣନାକୁ ସ୍ୱାଗତ, ତୈଳିକ ବୈଶ୍ୟ ସମାଜ ମୁଖ୍ୟମନ୍ତ୍ରୀଙ୍କୁ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ପଛୁଆବର୍ଗର ଲୋକଙ୍କ ପାଇଁ ଏଭଳି ପଦକ୍ଷେପ ନେଇଥିବାରୁ ସୋମବାର ତୈଳିକ ବୈଶ୍ୟ ସମାଜର ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଏହି ବର୍ଗର ଲୋକେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି। ଓଡ଼ିଶାରେ ଥିବା ୭୦ ଲକ୍ଷ ଲୋକଙ୍କ ଏହା ଏକ ପ୍ରମୁଖ ପଛୁଆ ବର୍ଗ ଜାତି ଭାବେ ଜଣାଯାଏ। ଜାତିଗତ ଜନଗଣନା କରାଗଲେ ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ଆଦି ସୂଚନା ମିଳିପାରିବ। ବିଶେଷ କରି ଏହି ଜାତି ଭବିଷ୍ୟତରେ ଏହି ସବୁ କ୍ଷେତ୍ରରେ ବିକାଶ ଯୋଜନା ପ୍ରସ୍ତୁତ କରିବାରେ ଜାତିଗତ ଜନଗଣନା ସହାୟକ ହେବ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ସମାଜ ପକ୍ଷରୁ ପ୍ରଶଂସା କରାଯିବା ସହ ତୈଳିକ ବୈଶ୍ୟ ବର୍ଗର ଲୋକେ ଏନେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଶୋଭାଯାତ୍ରାରେ ରାଜ୍ୟ ସଭାପତି, ପୂର୍ବତନ ବିଧାୟକ, ଚିଲିକା,ରଘୁନାଥ ସାହୁ, ବିଶ୍ୱନାଥ ସୁବୁଦ୍ଧି, ସଭାପତି, ସେହ୍ନି ସମାଜ, ଭୁବନେଶ୍ୱରରୁ କୃଷ୍ଣଚନ୍ଦ୍ର ପୃଷ୍ଟି, କଟକରୁ ଡ଼ଃ ଅନନ୍ତ ଚରଣ ସାହୁ, ଡ଼ଃ ସୂର୍ଯ୍ୟ ନାରାୟଣ ବେହେରା, ବିପ୍ଳବର ସାହୁ , ଢେଙ୍କନାଳରୁ ସରୋଜ କୁମାର ସାହୁ, ବାରଙ୍ଗରୁ ବନ୍ଦନା ସାହୁ , ବୀଣାପାଣି ସାହୁ, ଗୁରୁକିଙ୍କର ଜେଠୀ, କାର୍ତ୍ତିକ ସାହୁ, ରାକେଶ ସାହୁ, ସରୋଜ କୁମାର ସାହୁ, କଟକ ନିଧି ସାହୁ, ହୃଷିକେଶ ସାହୁ, ଯାଜପୁର ରବିନ୍ଦ୍ର କୁମାର ସାହୁ, ବଡ଼ମ୍ବା ଦେବାଶିଷ ସାହୁ, ଉପେନ୍ଦ୍ର ସାହୁ, ବେଗୁନିଆ ପ୍ରମୁଖ ଏଥିରେ ନେତୃତ୍ୱ ନେଇଥିଲେ।

Comments are closed.