ଅଷ୍ଟମ ଥର ଲାଗି ବିଜେଡିର ମଙ୍ଗୁଆଳ ହେଲେ ନବୀନ

ଭୁବନେଶ୍ବର : ଲାଗାତର ଅଷ୍ଟମଥର ଲାଗି ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଡକାଯାଇଥିବା ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନ ନିଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟ ପରିଷଦ ବୈଠକରେ ସୂଚନା ଦେଇଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ନବୀନ ପଟ୍ଟନାୟକ ଏକ ମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପାର୍ଥୀପତ୍ର ଦାଖଲ କରିଥିଲେ। ମଙ୍ଗଳବାର ବିଜୁ ଜନତା ଦଳର ରଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ପରିଷଦ ବୈଠକରେ ୩୫୫ଜଣ ସଦସ୍ୟ ରହିଥିବା ବେଳେ ୮୦ଜଣ ସଦସ୍ୟଙ୍କୁ ରାଜ୍ୟ କାର୍ୟ୍ୟକାରିଣିକୁ ମଧ୍ୟ ନିର୍ବାଚିତ କରାଯିବ।

Comments are closed.