ଭୁବନେଶ୍ଵରରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ଵର: ଭୁବନେଶ୍ଵରରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ, ବିଶ୍ଵ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କ(ଏଡିବି)ର ଅଧିକାରୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ଏହି କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ସରକାର ସବୁ ସୁବିଧା ଯୋଗାଇଦେବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି। ବୁଧବାର ଜାତିସଂଘ, ବିଶ୍ଵ ବ୍ୟାଙ୍କ ଏବଂ ଏଡିବିର ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ନେତୃତ୍ଵରେ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ନବୀନ ଏହି ପ୍ରସ୍ତାବ ଦେଇଥିଲେ।

Comments are closed.