ମତଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ୩ୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଛନ୍ତି। ସକାଳ ପ୍ରାୟ ୯ଟା ୪୫ରେ ସେ ଭୁବନେଶ୍ପରର ଏରୋଡ୍ରମ କଲୋନୀ ସ୍କୁଲରେ ହୋଇଥିବା ବୁଥରେ ପହଞ୍ଚି ମତଦାନ କରିଥିଲେ। ପୂର୍ବରୁ ଲୋକମାନେ ଧାଡ଼ିବାନ୍ଧି ଛିଡ଼ା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ। ପରେ ମତଦାନ କରିଥିଲେ।

ମତଦାନ ପରେ ବିଜୁ ଜନତା ଦଳ ନିର୍ବାଚନରେ ଭଲ କରିବ ବୋଲି ନବୀନ କହିଥିଲେ। ଏହା ପୂର୍ବରୁ ୨ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ସମୟରେ ବି ନବୀନ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ।

Comments are closed.