ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିବସ । ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନିଜ ଟ୍ୱିଟରରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‍ କରି ସେ ଲେଖିଛନ୍ତି, ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୭ ତମ ଜନ୍ମଜୟନ୍ତୀ । ବାଜପେୟୀ ଜଣେ ମହାନ ଦୂରଦୃଷ୍ଟି ସମ୍ପନ୍ନ ତଥା ବିଶିଷ୍ଟ ରାଜନୀତିଜ୍ଞ ବ୍ୟକ୍ତି ଥିଲେ । ସେ ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବ୍ୟକ୍ତିତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଇବ । ତାଙ୍କର ଏହି ଜନ୍ମଦିବସରେ ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।

Comments are closed.