ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥାହେଲେ ନବୀନ ଓ ଧର୍ମେନ୍ଦ୍ର

ଭୁବନେଶ୍ଵର : କର୍ଣ୍ଣାଟକରେ ଫଶି ରହିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ସକାଳ ୧୦ ଟା ୩୦ ରେ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା , ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହି ଆଲୋଚନା ସମୟରେ କର୍ଣ୍ଣାଟକରେ ଫଶି ରହିଥିବା ପ୍ରବାସୀ ଓଡିଆଙ୍କୁ କିପରି ସୁରକ୍ଷିତ ଭାବେ ଓଡିଶା ଫେରାଇ ଅଣାଯିବ ସେ ନେଇ ବିଶେଷ ଭାବେ ଆଲୋଚନା ହୋଇଥିଲା ।

Comments are closed.