ଓଡ଼ିଆ ଭାଷାରେ କାର୍ଯ୍ୟ କରିବାକୁ ନିର୍ଦେଶ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟସ୍ତରୀୟ ନିଷ୍ପତ୍ତି ଅନୁସାରେ ସରକାରୀ ସ୍ତରରେ ଓଡିଆ ଭାଷାକୁ କାର୍ଯ୍ୟକାରୀ କରିବା ସହ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିଲା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ଜାରି ହୋଇଛି।
ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଜୁନିୟର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଏ ନେଇ ନିର୍ଦେଶନାମା ଜାରି କରାଯାଇଛି। ଏଣିକି ଜୁନିୟର କଲେଜ ସ୍ତରରେ ସମସ୍ତ କାମ ଓଡିଆ ଭାଷାରେ କରାଯିବ।

Leave A Reply