ମୋ ପାଇଁ ବ୍ୟକ୍ତିଗତ କ୍ଷତି : ନବୀନ

0

ଭୁବନେଶ୍ୱର : ‘‘ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବିୟୋଗ ଏକ ବିରାଟ ଜାତୀୟ କ୍ଷତି ସହ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ମୁଁ ମୋର ପ୍ରାରମ୍ଭିକ ରାଜନୈତିକ ଜୀବନରେ ଅଟଳବିହାରୀ ବାଜପେୟୀଙ୍କ ସାହଚର୍ଯ୍ୟ ସର୍ବଦା ମନେ ରଖିବି। ସେ ରାଜନୀତିରେ ସୌମ୍ୟ, ଶାନ୍ତ, ସହନଶୀଳତା, ଆଦର୍ଶବାଦର ଏକ ଅନୁପମ ସମାହାର ଥିଲେ। ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ସେ ବିଭିନ୍ନ ରାଜନୈତିକ ଦଳର ପ୍ରଶଂସାଭାଜନ ହୋଇଥିଲେ ଯାହା ରାଜନୀତିରେ ବିରଳ। ତାଙ୍କ ଦୂରଦୃଷ୍ଟିର ଗଭୀରତା ଏବଂ ପ୍ରସଙ୍ଗ ବୁଝିବାର ଶକ୍ତି ଥିଲା ଅନୁପମ। ସେ ଥିଲେ ନୀତିରେ ଅଟଳ ବିଶ୍ବାସୀ ଜଣେ ଆଦର୍ଶବାଦୀ କବି। ବାସ୍ତବରେ ଏହା ଏକ ଯୁଗର ଅବସାନ ….. ବାଜପେୟୀଜୀ ଏକ ବିରାଟ ହୃଦୟର ଅଧିକାରୀ ଥିଲେ ଏବଂ ସେଥିରେ ଓଡ଼ିଶା ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଥିଲା। ତାଙ୍କର ସେହି ସ୍ନେହ ଶ୍ରଦ୍ଧାକୁ ଓଡ଼ିଶାବାସୀ ସମଭାବରେ ପରିଶୋଧ କରିଥିଲେ। ….. ଆମେ ଆପଣଙ୍କ ଅଭାବ ଅନୁଭବ କରିବୁ ବାଜପେୟୀଜୀ। ଆପଣଙ୍କ ଆତ୍ମା ଶାନ୍ତି ଲାଭ କରୁ’’। ଏକ ଶୋକବାର୍ତ୍ତାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ମଧ୍ୟ ଦିଲ୍ଲୀର ଏମ୍ସକୁ ଯାଇ ସେଠାରେ ସ୍ବର୍ଗତ ବାଜପେୟୀଙ୍କ ଶେଷଦର୍ଶନ କରି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave A Reply