ଆନ୍ଧ୍ର ପଥର ଖଣି ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ସହାୟତା ରାଶି

0

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର କୁରନୁଲଠାରେ ପଥର ଖଣି ଦୁର୍ଘଟଣାରେ ତିନିଜଣ ଓଡିଆ ଶ୍ରମିକ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଏହିି ଦୁର୍ଘଟଣାରେ ଆହତ ଓଡିଆ ଶ୍ରମିକଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Leave A Reply