‘ମୋ ସରକାର’ରେ କୋଭିଡ ପରିଚାଳନା ; ସଂଗ୍ରହ ହେବ ଫିଡବ୍ୟାକ

ଭୁବନେଶ୍ବର : କରୋନା ମୁକାମବିଲା ଓ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତରା ମଙ୍ଗଳବାର ଭିଡିଓ କନଫରେନ୍ସି ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୋଭିଡ ପରିଚାଳନାକୁ ‘ମୋ ସରକାର’ରେ ସାମିଲ କରାଯାଇଛି। ରୋଗୀ ଓ କୋଭିଡ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଫିଡବ୍ୟାକ ସଂଗ୍ରହ ପାଇଁ ଜିଲା କୋଭିଡ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ଫିଡବ୍ୟାକ ସଂଗ୍ରହ କରିବେ। ଏହା ଦ୍ବାରା ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ସଂକ୍ରମଣରୁ ରୋକିବା ପାଇଁ କରୋନା ଯୋଦ୍ଧାଙ୍କୁ ତାଲିମ ଦେବାକୁ ପରାମର୍ଶ ଦିଆଯାଇଛି। ମାସ୍କ ବ୍ୟବହାର ନ କଲେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି ।  

Comments are closed.