କେନ୍ଦ୍ରର ଆର୍ଥିକ ପ୍ୟାକେଜ୍‌ ଲକ୍ଷାଧିକ ନିଯୁକ୍ତି ସୃଷ୍ଟି କରିବ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୀତିକୁ ପୁନରୁଦ୍ଧାର କରିବା ପାଇଁ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ୍‌ ଦେଶର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ଆର୍ଥିକ ପ୍ୟାକେଜ୍‌ ଦେଶର ବୃହତ୍‌ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଲକ୍ଷାଧିକ ନିଯୁକ୍ତି ସୃଷ୍ଟି କରିବ। ନିଯୁକ୍ତି ସୃଷ୍ଟି ଏବଂ ଆର୍ଥିକ ପୁନରୁଦ୍ଧାର ନିମନ୍ତେ ଅଣାଯାଇଥିବା ଏହି ପ୍ୟାକେଜ୍‌ କୋଭିଡ୍‌ -୧୯ ମହାମାରୀ ଏବଂ ଏହାର ପରବର୍ତ୍ତୀ ସମୟରେ ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ପ୍ରଭାବିତ ଶ୍ରମିକ ଶ୍ରେଣୀର ​ଲୋକଙ୍କ ସମସ୍ୟା ଦୂର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.