ପ୍ରଧାନମନ୍ତ୍ରୀଙ୍କୁ ନବୀନ ମାଗିଲେ ବେରୋଜଗାର ଭତ୍ତା

୩୮୦ କୋଟି ଟଙ୍କା ଦେବାକୁ ଚିଠି

ଭୁବନେଶ୍ବର : କରୋନା ସଂକ୍ରମଣ ଭୟରେ ସାରା ଦେଶ ୨୧ ଦିନ ଲକ୍‌ଡାଉନ୍‌ ଥିବା ବେଳେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ସାମିଲ ବ୍ୟକ୍ତିଙ୍କୁ ଏହି ୨୧ ଦିନର ବେରୋଜଗାର ଭତ୍ତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାଜର ତଳସ୍ତରରେ ଥିବା ଲୋକେ ଲକ୍‌ଡାଉନ୍‌ ଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି। ବିଶେଷକରି ମନରେଗା ଶ୍ରମିକ ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ୩୬,୧୦,୭୯୭ ଜଣ ମନରେଗା ଯୋଜନାରେ କାର୍ୟ୍ୟ କରିଛନ୍ତି। ସେମାନଙ୍କର ଜୀବନଜୀବିକା ବଞ୍ଚାଇବା ପାଇଁ ୩୮୦.୩୯ କୋଟି ଟଙ୍କା ବେରୋଜଗାର ଭତ୍ତା ଆକାରରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।

Comments are closed.