ଜାତୀୟ ନେଚୁରୋପାଥି ଦିବସ ପାଳିତ

ପାଟଣା: ଢେଙ୍କିକୋଟ ସେବା ଫାଉଣ୍ଡେସନ ପକ୍ଷରୁ ଗଦାଧରପୁର କୁଢଟାଙ୍ଗର ସ୍ଥିତ ଶ୍ରୀ କୈଳାସ ଆରୋଗ୍ୟ ଧାମ ପକ୍ଷରୁ ଆଜି ଜାତୀୟ ନେଚୁରୋପାଥି ଦିବସ ପାଳନ କରାଯାଇଛି । ସେବା ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ସତ୍ୟବ୍ରତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘଟଗାଁ ଏବିଡିଓ ତଥା ଜଣାଶୁଣା କବି ଚିତ୍ତ ରଞ୍ଜନ ନାୟକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରକୃତିବନ୍ଧୁ ନୃସିଂହ ନାଥ ସିଂହ, ସମାଜସେବୀ ଭରତ ଚନ୍ଦ୍ର ବେହେରା ଓ ସାମ୍ବାଦିକ ଛବିନ୍ଦ୍ର ଜେନା ଓ ଶେଷାନନ୍ଦ ବଳ, ଟ୍ରଷ୍ଟି ନିରାକାର ନାୟକ ପ୍ରମୁଖ କାର୍ୟ୍ୟକ୍ରମରେ ଯୋଗଦେଇ ପ୍ରାକୃତିକ ଚିକିତ୍ସାର ଉପାଦେୟତା ଓ ପ୍ରକୃତି କିଭଳି ଶରୀର ଓ ସୃଷ୍ଟିର ସୁରକ୍ଷାରେ ସହାୟକ ସେ ଉପରେ ଦିଗଦର୍ଶନ ଦେଇଥିଲେ । ଚିକିତ୍ସିକା ନମିତା ଚକ୍ରବର୍ତ୍ତୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରଦୀପ କୁମାର ମହାନ୍ତି କାର୍ୟ୍ୟକ୍ରମରେ ସଂଯୋଜନା କରିଥିଲେ । ବରିଷ୍ଠ ନାଗରିକ ସନାତନ ମହାରଣା ଓ ଅଖିଳ ପ୍ରଧାନଙ୍କର ଏଠାରେ ପ୍ରାକୃତିକ ଚିକିତ୍ସା କରାଯାଇଥିଲା । କୋଭିଡ କଟକଣା କାରଣରୁ ସୀମିତ ବ୍ୟକ୍ତି ବିଶେଷଙ୍କୁ ନେଇ କାର୍ୟ୍ୟକ୍ରମ ହୋଇଥିଲା ।

Comments are closed.