ଉଜ୍ବଳ ତ୍ବଚା ପାଇଁ ପ୍ରାକୃତିକ ଉପାୟରେ କରନ୍ତୁ ସ୍କ୍ରବ୍

0

ସ୍କ୍ରବ୍ କରିବା ତ୍ୱଚା ପାଇଁ ନିହାତି ଆବଶ୍ୟକ ହୋଇଥାଏ। ଏହାଦ୍ବାରା ମୃତ କୋଷିକା ବାହାରିଯାଇ ତ୍ବଚାରେ ଚମକ ଆସିବା ସହ ତ୍ବଚା ସୁସ୍ଥ ମଧ୍ୟ ରହିଥାଏ। ତେବେ ବଜାରରେ ମିଳୁଥିବା ଦାମୀ ଓ ରାସାୟନିକ ପଦାର୍ଥ ମିଶ୍ରିତ ସ୍କ୍ରବ୍ କିଣିବା ପରିବର୍ତ୍ତେ ଘରେ କେତେକ ପ୍ରାକୃତିକ ତତ୍ତ୍ୱ ବ୍ୟବହାର କରି ସ୍କ୍ରବ୍ କରିହେବ। ଏହାଦ୍ବାରା ପାର୍ଶ୍ବପ୍ରତିକ୍ରିୟାର ଭୟ ଦୂର ହେବା ସହ ତ୍ବଚା ଉଜ୍ବଳ ମଧ୍ୟ ହେବ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି କହିବା ସ୍କ୍ରବ୍ –

ଅମୃତଭଣ୍ଡା : ପାଚିଲା ଅମୃତଭଣ୍ଡାରେ ଭିଟାମିନ୍ ଏ, ସି ଏବଂ ଇ ଭରପୂର ମାତ୍ରାରେ ରହିଥାଏ। ଏହା ତ୍ୱଚାକୁ ସୁନ୍ଦର ତଥା ଏକ୍ସଫୋଲିଏଟ୍ କରିବାରେ ସାହାଯ୍ୟ କରେ। ପ୍ରାକୃତିକ ଉପାୟରେ ତ୍ୱଚାରେ ଚମକ ପାଇଁ ପାଚିଲା ଅମୃତଭଣ୍ଡାରେ ସ୍କ୍ରବ୍ କରନ୍ତୁ।

ଚିନି : ସ୍କ୍ରବ୍ କରିବା ପାଇଁ ଚିନି ବେଶ୍‌ ଲାଭଦାୟକ। ଚିନିରେ ଗ୍ଲାଇକୋଲିକ୍ ଏସିଡ୍ ରହିଥାଏ ଯାହା ଶରୀରର ମୃତ କୋଷିକାକୁ ବାହାର କରିବାରେ ସାହାଯ୍ୟ କରେ। ଚିନିରେ ସ୍କ୍ରବ୍ କରିବା ଦ୍ୱାରା ତ୍ୱଚାର ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ।

କଫି : କଫି ପାଉଡରରେ କ୍ୟାଫେନ୍ ପ୍ରଚୁର ପରିମାଣରେ ଥାଏ। ଏଥିରେ ସ୍କ୍ରବ୍ କରିବା ଦ୍ୱାରା ତ୍ବଚା ଉଜ୍ଜ୍ୱଳ ହୋଇଥାଏ। କଫିରେ ଅଲିଭ୍ ଅଏଲ ମିଶାଇ ସ୍କ୍ରବ୍ କଲେ ଅଧିକ ଲାଭ ମିଳିଥାଏ।

ଲୁଣ : ବଡ଼ ଦାନା ଲୁଣରେ ଅଲିଭ୍ ଅଏଲ ମିଶାଇ ସ୍କ୍ରବ୍‌ କରିବା ଫଳରେ ମୃତ କୋଷିକା ବାହାରିଯାଏ। ଏଭଳି କିଛି ଦିନ କଲେ ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ।

Leave A Reply