ପ୍ରାକୃତିକ ରଙ୍ଗରେ ପାଟ ବୁଣିବେ କେନ୍ଦୁପାଲିର ବୁଣାକାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ବହୁଳ ଗ୍ରାମ କେନ୍ଦୁପାଲିଠାରେ ମାଁ ପିତାବଳି ପ୍ରାକୃତିକ ବୁଣାକାର ସଂଘ ଆନୁକୂଲ୍ୟରେ ପ୍ରାକୃତିକ ରଙ୍ଗରେ ବସ୍ତ୍ର ବୟନ ନେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଓରମାସ୍ ଓ ବୟନ ଶିଳ୍ପ ବିଭାଗ ସହାୟତାରେ ଆୟୋଜିତ ଏହି ଶିବିର ଏକଧରି ଚାଲିବ ବୋଲି ଜଣାଯାଇଛି । ଏଥିରେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ବୁଣାକାର ମଙ୍ଗଳୁ ମେହେର ଗଙ୍ଗଶିଉଳି, ଗେଣ୍ଡୁଫୁଲ, ହରିଡା, ଅଁଳା ତଥା ବିଭିନ୍ନ ଫୁଲ ଓ ମଞ୍ଜିରୁ ପ୍ରାକୃତିକ ରଙ୍ଗ ବାହାର କରି ପାଟ ସୂତାକୁ ରଙ୍ଗେଇବାର କୌଶଳ ସମ୍ପର୍କରେ ୨୦ ଜଣ ବୁଣାକାରଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ ଶିବିରକୁ ଉଦଘାଟନ କରିଥିବାବେଳେ ଜିଲ୍ଲା ବୟନ ଶିଳ୍ପ ଉପନିର୍ଦେଶକ ଆଶୁତୋଷ ମହାନ୍ତି, ଡିସିଓ କାର୍ତ୍ତିକ ଚନ୍ଦ୍ର ନାଏକ, ଓରମାସ ନିର୍ବାହୀ ଅଧିକାରୀ ଭୋଜରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଫୁଲ୍ଲ ମେହେର ସଭା ପରିଚାଳନା କରିଥିବାବେଳେ ସୁବାସ କର, ଧୃବରାଜ ମେହେର ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

Comments are closed.