ଜାତୀୟ ଯୁବ ଦିବସ ପାଳିତ

ବାଙ୍କୀ : ଢଁସର ସ୍ଥିତ ସ୍ୱାମୀ ବିବେକାନନ୍ଦ ଷ୍ଟଡି ସର୍କଲ ପକ୍ଷରୁ ବୁଧବାର ଜାତୀୟ ଯୁବ ଦିବସ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରମାକାନ୍ତ ଭଂଜ, ସମ୍ପାଦକ ରମାକାନ୍ତ ପଣ୍ଡାଙ୍କ ସମେତ ରାମକୃଷ୍ଣ ମଠର ଭକ୍ତବୃନ୍ଦ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ  ପ୍ରଦାନ କରି ଦିବସର ଅନୁଚିନ୍ତା ବିଷୟରେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ କମ୍ ସଂଖ୍ୟକ ଉପସ୍ଥାନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଗବେଷକ ଡଃ ସୁଦର୍ଶନ ରାଜ, ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସକ ଡାକ୍ତର ଲଲାଟେନ୍ଦୁ ପଣ୍ଡା, ଡଃ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଅତିଥି ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି । ସଂକ୍ଷିପ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ କୁମାର ଜେନା ସଂଚାଳନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.