ବଳିଦାନ ବ୍ୟର୍ଥ ଯିବ ନାହିଁ, ଜାତୀୟ ଯୁଦ୍ଧ ସ୍ମାରକରେ ରହିବ ଗଲୱାନ ସହିଦଙ୍କ ନାମ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ସହିତ ସଂଘର୍ଷରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ନାମକୁ ଜାତୀୟ ଯୁଦ୍ଧ ସ୍ମାରକରେ ଲିପିବଦ୍ଧ କରାଯିବ ବୋଲି ଜଣେ ସେନା ଅଧିକାରୀ ଗୁରୁବାର କହିଛନ୍ତି।

ଜୁନ୍‍ ୧୫ରେ ଗଲୱାନ ଉପତ୍ୟକାରେ ଚୀନ ସେନା ଓ ଭାରତ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ବି ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ। ଚୀନ ସୈନିକମାନେ ଭାରତୀୟ ସୈନ୍ୟଙ୍କୁ ପଥର, ଲୁହାରଡରେ ଆକ୍ରମଣ କରିଥିଲେ। ଭାରତ ସୈନ୍ୟଙ୍କ ପ୍ରତି ଆକ୍ରମଣରେ ଚୀନର ୩୫ ସୈନ୍ୟ ପ୍ରାଣ ହରାଇଥିଲେ। ଗଲୱାନରେ ଭାରତ ସୈନ୍ୟ ଯେଉଁ ସାହସିକତା ଦେଖାଇଥିଲେ ତାକୁ ଦେଶବାସୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି।

Comments are closed.