ରାଷ୍ଟ୍ରୀୟ ମତଦାତା ଦିବସରେ ସବୁ ନିର୍ବାଚନରେ ମତଦାନ ସାବ୍ୟସ୍ତ ପାଇଁ ସଂକଳ୍ପ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ‘ଜାତୀୟ ସେବା ଯୋଜନା’ ପ୍ରଭାଗରେ ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମ ସଂଯୋଜକ ଚିନ୍ତନ ବ୍ରହ୍ମାଙ୍କ ପରିଚାଳନାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କର୍ମଚାରୀମାନେ ଯୋଗଦେଇ ଗଣତାନ୍ତ୍ରିକ ପରମ୍ପରାର ଗରିମାକୁ ବଜାୟ ରଖି ପ୍ରତ୍ୟକ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବାକୁ ସଂକଳ୍ପ ନେଇଥିଲେ।

Comments are closed.