ରାଷ୍ଟ୍ରୀୟ ଏକତା ଦିବସ

ଭାରତରେ ସ୍ୱାଧୀନତାର ଧ୍ୱଜା ଉଡ଼ାଇବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୮୭୫ ଅକ୍ଟୋବର ୩୧ରେ ସେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଭାରତ ସ୍ୱାଧୀନ ହେବା ପରେ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଲାବେଳେ ସର୍ଦାର ବଲ୍ଲଭ ଭାଇ ପଟେଲ ଉପ-ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଦେଶୀୟ ରାଜ୍ୟ ମିଶ୍ରଣରେ ଉଲ୍ଲେଖନୀୟ ଭୂମିକା ପାଇଁ ଭାରତର ‘ଲୌହ ମାନବ’ ଭାବେ ପରିଚିତ ଥିଲେ। ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ପାଇଁ ଭାରତ ସରକାର ୨୦୧୪ରେ ତାଙ୍କ ଜନ୍ମତିଥିକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଛି।

Comments are closed.