ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ବିଭିନ୍ନ ସ୍ଥାନରେ ଚଢଉ

ବୌଦ୍ଧ : ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବାକୁ ଜିଲ୍ଳାସ୍ତରରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ମିଳିଥିବା ସୂଚନା ମୁତାବକ ଏକ ଟିମ ଗଠନ କରାଯାଇ ନିଷେଧ ତମାଖୁ ବିକ୍ରୟ କରୁଥିବା ୨୬ଟି ଦୋକାନ ଉପରେ ଚଢାଉ କରାଯାଇ ନିଷିଧ ଗୁଟଖା,ସିଗାରେଟ,ବିଡି ବିକ୍ରୟ କରୁଥିବାରୁ ୪୪୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି। ବୌଦ୍ଧଥାନା ଅର୍ନ୍ତଗତ ବାମଣ୍ଡା, ସରସରା, ବୀରନରସିଂହପୁର, ନୂଆପଡା ଓ ବୌଦ୍ଧ ସହରର ବିଭିନ୍ନ ଅଞ୍ଚଳରେ ଏହି ଚଢଉ କରାଯାଇଥିବା ଜଣାଯାଇଛି। ନିଷିଧ ତମାଖୁ ନିୟନ୍ତ୍ରଣ ପାଇଁ ଗଠିତ ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଭେଷଜ ନିରୀକ୍ଷକ ମୁକେଶ କୁମାର ଧରୁଆ,ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ,ଜିଲ୍ଲା ଅଣ ସଂକ୍ରମିତ ରୋଗ ପରାମର୍ଶଦାତା ଆଲୋକ କୁମାର ମିଶ୍ରଙ୍କ ସମେତ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

Comments are closed.