ଜାତୀୟ ଷ୍ଟ୍ରଙ୍ଗ ମ୍ୟାନ ଚାମ୍ପିୟନସିପରେ ଓଡିଶା ଦଳର ସଫଳତା, ୨୦ଟି ପଦକ ଲାଭ

ସମ୍ବଲପୁର:  ଜାତୀୟ ଷ୍ଟ୍ରଙ୍ଗ ମ୍ୟାନ ଚାମ୍ପିୟନସିପ – ୨୦୨୦ରେ ଓଡିଶା ଦଳ ବିପୁଳ ସଫଳତା ଲାଭ କରି ସମୁଦାୟ ୨୦ଟି ପଦକ ହାସଲ କରିଛି। ଉତ୍ତରାଖଣ୍ଡ ରାଜ୍ୟର ରାଜଧାନୀ ଡେରାଡୁନ ଠାରେ ଗତ ୨୫ ଓ ୨୬ ତାରିଖ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଓଡିଶା ଦଳ କୋଚ ସୋମନାଥ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାଗ ନେଇଥିଲା। ଓଡିଶା ଦଳ ଜାତୀୟ ‘ଡେଡଲିଫ୍ଟ’ ମହିଳା ବିଭାଗର ୬୦ କିଗ୍ରା ବର୍ଗରେ ଜାମିନୀ ବାଗ ସ୍ୱର୍ଣ୍ଣ, ୬୭.୫୦୦ କିଗ୍ରା ବର୍ଗରେ ସାହିରୁନ ନିଶା ରୌପ୍ୟ ଓ ସୁନୀତା ନାୟକ ବ୍ରୋଞ୍ଜ ଏବଂ ୭୦ କିଗ୍ରା ବର୍ଗରେ ପୁଜାରାଣୀ କିଷାନ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ଜାତୀୟ ‘ଡେଡଲିଫ୍ଟ’ ବାଳକ ବିଭାଗର ୬୦ କିଗ୍ରା ବର୍ଗରେ ରାକେଶ ବାଗ ସ୍ୱର୍ଣ୍ଣ ଓ ଗାନ୍ଧୀ ମେହେର ବ୍ରୋଞ୍ଜ, ୬୭ କିଗ୍ରା ବର୍ଗରେ ନବୀନ ବାଗ ସ୍ୱର୍ଣ୍ଣ, ୧୨୫ କିଗ୍ରାରୁ ଉର୍ଦ୍ଧ ବର୍ଗରେ ଦିବ୍ୟ କୁମାର ବେହେରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି ଓ ବାଇସେଫ କର୍ଲ ବିଭାଗର ମହିଳା ବର୍ଗରେ ସୁନୀତା ନାୟକ ସ୍ୱର୍ଣ୍ଣ, ପୁରୁଷ ବର୍ଗର ୭୦ କିଗ୍ରାରେ ନବୀନ ବାଗ ସ୍ୱର୍ଣ୍ଣ, ୮୦ କିଗ୍ରା ବର୍ଗରେ ଜିତେନ ବାଗ ସ୍ୱର୍ଣ୍ଣ, ସୁଧିର ପଟ୍ଟନାୟକ ରୌପ୍ୟ ଓ ଗୋପାଳ ମୁଣ୍ଡା ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ଆର୍ମ ରେସଲିଙ୍ଗର ମହିଳା ବିଭାଗରେ ପୁଜାରାଣୀ କିଶାନ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଷ୍ଟ୍ରଙ୍ଗମ୍ୟାନ ଚାମ୍ପିୟନସିପରେ ୭୦ କିଗ୍ରା ବର୍ଗରେ ରମେଶ ଦରୱାନ ସ୍ୱର୍ଣ୍ଣ, ୧୨୦ କିଗ୍ରା ଜୁନିୟର ବର୍ଗରେ ଦିବ୍ୟ କୁମାର ବେହେରା ସ୍ୱର୍ଣ୍ଣ ପଦକ ଅଧିକାର କରିଛନ୍ତି। ମହିଳା ବର୍ଗରେ ୫୩ କିଗ୍ରାରେ ଜାମିନୀ ବାଗ ସ୍ୱର୍ଣ୍ଣ, ୬୫ କିଗ୍ରା ସୁନୀତା ନାୟକ ରୌପ୍ୟ, ୬୫ କିଗ୍ରା ସାଇରୁନ ନିଶା ସ୍ୱର୍ଣ୍ଣ ଓ ୭୦ କିଗ୍ରାରେ ପୂଜା ରାଣୀ କିଶାନ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଓଡିଶା ଦଳର ଏହି ସଫଳତା ପାଇଁ ଜିଲା କ୍ରୀଡାଧିକାରୀ ଉପେନ୍ଦ୍ର ଶତପଥି ଙ୍କ ସମେତ ସବୁ ମହଲରୁ ଶୁଭେଚ୍ଛା ଦିଆଯାଉଛି।

Comments are closed.