ଅଲିମ୍ପିକ୍‌ସ ପରେ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା

ନୂଆଦିଲ୍ଲୀ : ଚଳିତବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାଙ୍କ ନାମ ଘୋଷଣାରେ ବିଳମ୍ବ ହେବ ବୋଲି ଜଣାପଡ଼ିଛି। ଟୋକିଓ ଅଲିମ୍ପିକ୍ସ ପରେ ଏଥିରେ ପ୍ରଦର୍ଶନ ଭିତ୍ତିରେ କ୍ରୀଡ଼ାବିତ୍‌ଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଟୋକିଓ ଅଲିମ୍ପିକ୍‌ସ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜନ ହେବ। ଏଥିରେ ପଦକ ବିଜେତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନରେ ଅଗ୍ରାଧିକାର ଦିଆଯିବ। ଅଦ୍ୟାବଧି ପୁରସ୍କାର ମନୋନୟନ କମିଟି ଗଠନ କରା ଯାଇନାହିଁ।
ପ୍ରତିବର୍ଷ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ ୨୯ରେ ରାଷ୍ଟ୍ରପତି ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥାଆନ୍ତି। ତେବେ ଏହା ପୂର୍ବରୁ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ। ଉକ୍ତ ସୂତ୍ର ପ୍ରକାଶ କରିଛନ୍ତି, ଆମେ ସମସ୍ତ ବର୍ଗର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ବହୁତ ସୁପାରିସ ପାଇଛୁ। ଏବେ ନାମ ସୁପାରିସ କରିବାର ତାରିଖ ଶେଷ ହୋଇଗଲାଣି। ଗତ ବୈଠକରେ ନିଷ୍ପତ୍ତି ନିଆଯାଇଛି ​‌େ​‌ଯ ପୁରସ୍କାର ପ୍ରଦାନରେ ଅଲିମ୍ପିକ୍‌ସରେ ପଦକ ବିଜେତାଙ୍କୁ ନିଶ୍ଚୟ ପୁରସ୍କାର ପ୍ରଦାନ କରାଯିବ। ପଦକ ବିଜେତାଙ୍କ ନାମ ସୁପାରିସ ହୋଇନଥିଲେ ମଧ୍ୟ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଅଲିମ୍ପିକ୍‌ସ ଅଗଷ୍ଟ ୮ରୁ ଆରମ୍ଭ ହେଉଥିବା ବେଳେ ଏହାପରେ ମନୋନୟନ ପ୍ରକ୍ରିୟା ଆରମ୍ଭ କରାଯିବ। ତେବେ ୧୦ ଦିନ ମଧ୍ୟରେ ଯଦି ପୁରସ୍କାର ବିଜେତାଙ୍କ ନାମ ଘୋଷଣାରେ ବିଫଳ ହୁଏ; ତେବେ ଅଗଷ୍ଟ ୨୯ରେ ଏହି ପୁରସ୍କାର ପ୍ରଦାନ କରିବା ସମ୍ଭବ ହେବନାହିଁ। ଏଥର ଜାତୀୟ କ୍ରୀଡ଼ା ପୁରସ୍କାର ରାଶିରେ ବୃଦ୍ଧି କରାଯାଇଛି। ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ୭.୫ ଲକ୍ଷ ବଦଳରେ ୨୫ ଲକ୍ଷ ଟଙ୍କା ମିଳିବ। ଅର୍ଜୁନ ପୁରସ୍କାର ପାଇଁ ୫ ଲକ୍ଷ ସ୍ଥାନରେ ଚଳିତବର୍ଷଠାରୁ ୧୫ ଲକ୍ଷ ଟଙ୍କା ଦିଆଯିବ। ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ବିଜେତା ୫ ଲକ୍ଷ ସ୍ଥାନରେ ୧୦ ଲକ୍ଷ ପାଇବେ।

Comments are closed.