ଉପଯୁକ୍ତ ପ୍ରମାଣ ଅଭାବରୁ ରାଜ୍ୟରେ ଖସିଯାଉଛନ୍ତି ୯୦ ଭାଗ ଅପରାଧି

ଭୁବନେଶ୍ୱର: ରାଜ୍ୟରେ ଧରାପଡୁଥିବା ଅପରାଧି ମାନଙ୍କ ମଧ୍ୟରୁ ୯୦ଭାଗ ଅପରାଧି ପ୍ରମାଣ ଅଭାବରୁ ଖସି ଯାଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ଏକ ପରିସଂଖ୍ୟାନରୁ ଏହା ଜଣାପଡିଛି। ଯଦି ରାଜ୍ୟରେ ଫରେନସିକ ସାଇନ୍ସ ବା ଅପରାଧ ବିଜ୍ଞାନକୁ ସୁଦୃଢ଼ କରାଯାଇପାରନ୍ତା ତେବେ ଅପରାଧିଙ୍କ ବିରୁଦ୍ଧରେ ପ୍ରମାଣ ଯେଗାଡ ସମ୍ଭବ ହେବାସହ ଅପରାଧିଙ୍କୁ ଉଚିତ ଦଣ୍ଡ ମିଳିପାରିବ। ଏନେଇ ଜଟଣୀସ୍ଥିତ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ଫରେନସିକ ସାଇନ୍ସ ବିଭାଗ ପକ୍ଷରୁ ଜାତୀୟ ବିଜ୍ଞାନ ଓ କାରୀଗରୀ କୌଶଳ ପାୟୋଜିତ ଏହି ଦୁଇ ଦିନିଆ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ଯୋଗଦେଇ ବକ୍ତାମାନେ ଏହା ମତବ୍ୟକ୍ତ କରିଛନ୍ତି। ଏହି ଆଲୋଚନା ଚକ୍ରରେ ରାଜ୍ୟ ଅପରାଧ ନିରାକାରଣ ଗବେଷଣାଗାରର ନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଧୁନିକ ଯୁଗରେ ଦେଖାଦେଉଥିବା ବିଭିନ୍ନ ଅପରାଧ ଓ ଅପରାଧୀ ମାନଙ୍କ ବିଭିନ୍ନ ଅପରାଧ ଶୈଳି ଓ ଏହାର ପ୍ରତିରୋଧ ଉପରେ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର ଏହି ଆଲୋଚନା ଚକ୍ରକୁ ଉଦଘାଟନ କରିଥିବା ବେଳେ ଗୁଜରାଟ ଅପରାଧ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର. ପ୍ରସନଜିତ ମାଇତି, ଏସ.ସି.ବି ମେଡିକାଲ କଲେଜର ରୀତା ସାହୁ, କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ,ସେସୁ ପରିଚାଳନା ନିର୍ଦ୍ଦେଶକ ଅରୁନ ବୋଥ୍ରା ଏବଂ ଭୁବନେଶ୍ୱର ଟ୍ରିପଲ ଆଇଟିର ନିର୍ଦ୍ଦେଶକ ଡ. ଗୋପାଳ କୃଷ୍ନ ନାୟକ, ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ଫରେନସିକ ସାଇନ୍ସ ବିଭାଗ ନିର୍ଦ୍ଦେଶକ ମହେଶ ପଟନାୟକ ଓ ଶିଶିର ପାଣିଗ୍ରାହୀ,ଡ.ଗୁରୁଦତ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅପରାଧ ବିଜ୍ଞାନ ସମ୍ପର୍କିତ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନା କରିବା ସହ କାର୍ୟ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।

ଏହି ଆଲୋଚନା ଚକ୍ରରେ ତାମିଲନାଡୁ, କର୍ଣାଟକ, ଗୁଜରାଟ, ଉତ୍ତର ପ୍ରଦେଶ, ଛତିଶଗଡ,ନୂଆଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ଶତାଧିକ ଫରେନସିକ ବିଜ୍ଞାନୀଙ୍କ ସମେତ ବିଭିନ୍ନ କଲେଜର ଶତାଧିକ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ୯୦ରୁ ଉର୍ଦ୍ଧ ପୋଷ୍ଟର ପ୍ରଦର୍ଶନ ଓ ଗବେଷଣା ସନ୍ଦର୍ଭ ଉପସ୍ଥାପନ କରିଥିଲେ।

Comments are closed.