କୋଭିଡ ଆରୋଗ୍ୟ ହାର ୯୪.୨ ପ୍ରତିଶତ : ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୯ ହଜାର ୭୦୦

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୪. ୨ ପ୍ରତିଶତ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ୪୨ ହଜାର ୫୩୩ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୯୦ଲକ୍ଷ ୫୮ହଜାର ୮୨୨ରେ ପହଞ୍ଚିଛି। ସେହିପରି ଆଉ ୩୬ହଜାର ୬୫୨ଜଣ ଲୋକ କୋଭିଡରେ ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ ସଂକ୍ରମଣ ୯୬ଲକ୍ଷ ୮ହଜାର ୨୧୧ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ ଘଣ୍ଟା ମଧ୍ୟରେ ୫୧୨ଜଣଙ୍କ ମୃତ୍ୟୁ ଘଟିବା​‌ ସହ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୯ ହଜାର ୭୦୦ରେ ପହଞ୍ଚିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୪ ଲକ୍ଷ ୯ହଜାର ୬୮୯ ରହିଛି। ମନ୍ତ୍ରଣାଳୟ କହିଛି କୋଭିଡର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ରଣକୌଶଳ ଯୋଗୁଁ ରୋଗୀମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଚିକିତ୍ସା କରାଯାଇପାରୁଛି। ଏହାଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି।

Comments are closed.