ଅନଲାଇନ ୱେବସାଇଟରେ ନକଲି ମତାମତ ଯାଞ୍ଚ ପାଇଁ ବ୍ୟବସ୍ଥା କରିବ କେନ୍ଦ୍ର

ଡେସ୍କ: କେନ୍ଦ୍ର ସରକାର ଇ-କମର୍ସ ୱେବସାଇଟ ଗୁଡିକରେ ନକଲି ମତାମତ ଯାଞ୍ଚ ପାଇଁ ଏକ ଢ଼ାଞ୍ଚା ବିକାଶ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଖାଉଟି ବ୍ୟାପାର ବିଭାଗ ଏହି ଢାଞ୍ଚା ବିକାଶ କରିବ। ଏ ନେଇ ଇ-କମର୍ସ ସଂସ୍ଥା, ଗ୍ରାହକ ଫୋରମ୍‍, ଆଇନ ବିଶ୍ୱବିଦ୍ୟାଳୟ, ଆଇନଜୀବୀ, ଏଫଆଇସିସିଆଇ, ସିଆଇଆଇ, ଖାଉଟି ଅଧିକାର କାର୍ଯ୍ୟକର୍ତା ଏବଂ ଭାରତୀୟ ବିଜ୍ଞାପନ ମାନକ ପରିଷଦ ଓ ଅନ୍ୟମାନଙ୍କ ସହିତ ଖାଉଟି ବ୍ୟାପାର ବିଭାଗ ଆଲୋଚନା କରିଛନ୍ତି।

କେବଳ ଉତ୍ପାଦ କିଣିଥିବା ଉପଭୋକ୍ତାମାନଙ୍କ ମତ ଏବଂ ଅଭିଜ୍ଞତା ଦେଖି ଗ୍ରାହକମାନେ ପରବର୍ତ୍ତୀ ସମୟରେ ଅସୁବିଧାରେ ପଡୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ। ଏହି ବୈଠକରେ ଖାଉଟି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ନିଧି ଖାରେ ଏବଂ ଯୁଗ୍ମ ସଚିବ ଅନୁପମ ମିଶ୍ର ଯୋଗ ଦେଇଥିଲେ। ନକଲି ତଥା ବିଭ୍ରାନ୍ତିକର ରିଭ୍ୟୁ ଏବଂ ଗ୍ରାହକଙ୍କ ସ୍ୱାର୍ଥ ଉପରେ ଏହାର ପ୍ରଭାବ ସମ୍ପର୍କରେ ଏଏସସିଆଇର ସିଇଓ ଶ୍ରୀମତୀ ମନୀଷା କପୁର ଆଲୋକପାତ କରିଥିଲେ।

Comments are closed.