ସମୁଦ୍ର ଉପକୂଳରେ ଭାରତ ସ୍ଥାପନ କରିବ ୩୦ ହଜାର ମେଗାୱାଟ ପବନ ଶକ୍ତି ପ୍ରକଳ୍ପ

ନୂଆଦିଲ୍ଲୀ: ଭାରତ ସମୁଦ ଉପକୂଳ ଜଳରାଶିରେ ୩୦ ହଜାର ମେଗାୱାଟ ପବନ ଚାଳିତ ଶକ୍ତି ପ୍ରକଳ୍ପ ସ୍ଥାପନ କରି। ଦେଶର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ତାପଜ ଶକ୍ତି ପ୍ରକଳ୍ପଗୁଡିକ ଉପରୁ ନିର୍ଭରଶୀଳତା ହ୍ରାସ କରିବା ଏବଂ ପରିବେଶ ସୁରକ୍ଷା ନିମନ୍ତେ ଭାରତ ବିକଳ୍ପ ତଥା ପରିବେଶ ଉପଯୋଗୀ ଶକ୍ତି ଉତ୍ପାଦନକୁ ଅଗ୍ରାଧିକାର ଦେଉଛି। ଉପକୂଳ ଅଞ୍ଚଳରେ ୩୦ ହଜାର ମେଗାୱାଟ ପବନ ଚାଳିତ ଶକ୍ତି ପ୍ରକଳ୍ପ ସହିତ ୫୦ ହଜାର ମେଗାୱାଟ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ନିମନ୍ତେ ଯୋଜନା କରାଯାଇଛି।

Comments are closed.