ପ୍ରାଚୀନ ଖାଦ୍ୟ ଇତିହାସ ଉପରେ ପ୍ରଦର୍ଶନୀ

ସମାଜ ପୋର୍ଟାଲ ଡେସ୍କ: ଭାରତର ପ୍ରାଚୀନ ଖାଦ୍ୟ ଇତିହାସ ଉପରେ ନୂଆଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟ ପକ୍ଷରୁ ଏକ ଅନୁପମ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହାର ନାମ ରଖାଯାଇଛି ‘ହିଷ୍ଟୋରିକାଲ୍‍ ଗାଷ୍ଟୋନୋମିକା’। ୫ ହଜାର ବର୍ଷ ତଳେ ସିନ୍ଧୁ ସଭ୍ୟତାରେ କିପରି ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା, ସେହି ସମୟରୁ ଆରମ୍ଭ କରି ବିଭିନ୍ନ ସମୟରେ ଭାରତରେ ଖାଦ୍ୟରୁଚି ଓ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ଗବେଷଣା, ସଂଗ୍ରହାଳୟରେ ଥିବା କଳାକୃତି ଏବଂ ଅନ୍ୟାନ୍ୟ ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଜାତୀୟ ସଂଗ୍ରହାଳୟ ଏବଂ ଓ.ଏସ୍‍.ଏମ୍‍.ଏସ୍‍. ସଂସ୍ଥାଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇଛି।

ଜାତୀୟ ସ୍ତରରେ ସମ୍ମାନିତ ଖାଦ୍ୟ ପ୍ରସ୍ତୁତକାରୀ ସବ୍ୟସାଚୀ ଗୋରାଇ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି। ପ୍ରଥମ ଥର ଏଭଳି ପ୍ରଦଶର୍ନୀ ଭାରତରେ ଆୟୋଜିତ ହେଉଛି। ମଙ୍ଗଳବାର ପର୍ଯ୍ୟନ୍ତ ଏହା ଚାଲିବ। ଏ ସମ୍ପର୍କରେ ଜାତୀୟ ସଂଗ୍ରହାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ସୁବ୍ରତ ନାଥ କହିଛନ୍ତି, ଭାରତର ପ୍ରାକ୍‍ ଐତିହାସିକ ରୋଷେଇ ଓ ଏହାର ବିକାଶ ସମ୍ପର୍କରେ ପ୍ରଦର୍ଶନୀରୁ ଅନେକ ତଥ୍ୟ ମିଳିପାରିବ।

Comments are closed.