ଜାତୀୟ ଗଣିତ ଦିବସ ପାଳିତ

ବୌଦ୍ଧ  : ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଗଣିତ ବିଭାଗ ପକ୍ଷରୁ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଗଣିତଜ୍ଞ ଶ୍ରୀନିବାସ ରାମାନୁଜମଙ୍କ ୧୩୪ତମ ଜନ୍ମ ବାର୍ଷିକୀରେ ଆୟୋଜିତ ଜାତୀୟ ଗଣିତ ଦିବସ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଗଣିତ ବିଭାଗର ମୁଖ୍ୟ ରବୀନ୍ଦ୍ର କୁମାର ସାହୁ ସମାଜ ପ୍ରତି ଗଣିତର ଆବଶ୍ୟକତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ରାଜିନିତୀ ବିଜ୍ଞାନର ଅଧ୍ୟାପକ ବୈକୁଣ୍ଠନାଥ ସ୍ୱାଇଁ ସବୁ ବିଷୟରେ ଗଣିତର ପ୍ରମୁଖତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଗଣିତ ବିଭାଗର ଛାତ୍ରଛାତ୍ରୀମାନେ ରାମାନୁଜମଙ୍କ ଜବନୀ ପାଠ କରିଥିଲେ।

Comments are closed.