ଜାତୀୟ ଲୋକ ଅଦାଲତ, ହାଇକୋର୍ଟରେ ୧୦୯ ମାମଲା ଫୈସଲା

କଟକ: ଜାତୀୟ ଲୋକ ଅଦାଲତ ଶନିବାର ହାଇକୋର୍ଟରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର, ପ୍ରାଧିକରଣର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ ସଞ୍ଜୁ ପଣ୍ତା ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍.ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିିତ ଏହି ଲୋକ ଅଦାଲତରେ ୧୦୯ଟି ମାମଲାର ଆପୋସ ବୁଝାମଣାରେ ଫୈସଲା କରାଯାଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ କ୍ଷତିପୂରଣ ବାବଦରେ ୭ କୋଟି ୧୬ ଲକ୍ଷ ୭୪ ହଜାର ୭୪୩ ଟଙ୍କା ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି।

ଜଷ୍ଟିସ୍ ଏସ.କେ.ମିଶ୍ର, ଜଷ୍ଟିସ୍ ସି.ଆର.ଦାଶ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ କେ.ଆର.ମହାପାତ୍ର ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ମାମଲାଗୁଡ଼ିକର ଫୈସଲା କରିଥିଲେ। ଲୋକ ଅଦାଲତରେ ୧୦୯ଟି ବୀମା କ୍ଷତିପୂରଣ ସଂପର୍କିତ ମାମଲା ଶୁଣାଣି କରାଯାଇ ଫୈସଲା କରାଯାଇଛି ବୋଲି ସୂଚନା ମିଳିଛି। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଲୋକ ଅଦାଲତରେ ଆଇନଜୀବୀ, ମହକିଲ, ବୀମା କମ୍ପାନି ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ।

Comments
Loading...