ଜାତୀୟ ସ୍ଥରୀୟ ଅନଲାଇନ ଫ୍ୟାନସି ଡ୍ରେସ ପ୍ରତିଯୋଗିତା

ସମାଜ ପୋର୍ଟାଲ ଡେସ୍କ: ରାଉରକେଲା ସ୍ଥିତ ବେବି ବିଙ୍ଗୋ ପ୍ଲେ ସ୍କୁଲ ଓ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ଥରୀୟ ଅନଲାଇନ ଫ୍ୟାନସି ଡ୍ରେସ ପ୍ରତିଯୋଗିତା ଆୟୋଜନ କରାଯାଇଛିI ଛାତ୍ରଛାତ୍ରୀମାନେ କେବଳ ଶିରିଡ଼ି ସାଇଙ୍କ ଯେ କୌଣସି ବେଶ ଧାରଣ କରିପାରିବେ। ଚଳିତ ମାସ ୧୫ରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ପ୍ରତିଯୋଗିତା ମାସ ଶେଷ ଅର୍ଥାତ ଜୁନ ୩୦ ଯାଏଁ ଚାଲିବ।

ଛାତ୍ରଛାତ୍ରୀମାନେ ପଢ଼ୁଥିବା ଶ୍ରେଣୀ ଅନୁଯାୟୀ ସେମାନଙ୍କୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି। ନର୍ସରୀରୁ ପ୍ରଥମ ଶ୍ରେଣୀ ଯାଏଁ ବର୍ଗ୧ରେ ରହିଥିବା ବେଳେ ୨ୟ ରୁ ୪ର୍ଥ ଶ୍ରେଣୀକୁ ବର୍ଗ୨, ପଞ୍ଚମରୁ ୭ମ ଯାଏଁ ବର୍ଗ୩ ଓ ଅଷ୍ଟମରୁ ୧୦ମ ଯାଏଁ ବର୍ଗ୪ରେ ରଖାଯାଇଛି। ଛାତ୍ରଛାତ୍ରୀମାନେ ଶିରିଡ଼ି ସାଇଙ୍କ ଯେ କୌଣସି ବେଶରେ ସଜ୍ଜିତ ହୋଇ ଏକ ଫଟୋ ସହ ଅନ୍ୟାନ୍ୟ ତଥ୍ୟ ଅୟୋଜକଙ୍କୁ babybingorkl @gmail.comରେ ପଠାଇ ପାରିବେ ବୋଲି କୁହାଯାଇଛି।

Comments are closed.