ଜାତୀୟ ଜୁନିଅର ମହିଳା ହକି ଚାମ୍ପିୟନ୍‍ସିପ୍‍ ସ୍ଥଗିତ

ଜାତୀୟ ଜୁନିଅର ମହିଳା ହକି ଚାମ୍ପିୟନ୍‍ସିପ୍‍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏପ୍ରିଲ୍‍ ୩ ତାରିଖରୁ ଚାମ୍ପିୟନ୍‍ସିପ୍‍ ଆରମ୍ଭ ହେବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। କିନ୍ତୁ ଜଣେ କୋଚ୍‍ ଓ ୧୧ ଜଣ ଖେଳାଳି କୋଭିଡରେ ସଂକ୍ରମିତ ହେବାରୁ ଚାମ୍ପିୟନ୍‍ସିପ୍‍କୁ ସ୍ଥଗିତ ରଖାଯାଇଛି। ଝାଡ଼ଖଣ୍ଡ ଟିମ୍‍ର ୬ ଜଣ ଖେଳାଳି ଓ ଜଣେ କୋଚ୍‍ ଏବଂ ଚଣ୍ଡିଗଡ଼ ଟିମ୍‍ର ୫ ଜଣ ଖେଳାଳି କୋଭିଡରେ ସଂକ୍ରମିତ ହୋଇଛନ୍ତି। ଏହାପରେ ଚାମ୍ପିୟନ୍‍ସିପ୍‍ର ଅନ୍ୟ ଦଳଗୁଡ଼ିକୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି।

ଝାଡ଼ଖଣ୍ଡ ଓ ଚଣ୍ଡିଗଡ଼ ଟିମ୍‍ର ସଂକ୍ରମିତ ଖେଳାଳିମାନଙ୍କ ସହ ଅନ୍‍ଲାଇନ୍‍ ମାଧ୍ୟମରେ ବାର୍ତ୍ତାଳାପ କରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହି ଚାମ୍ପିୟନ୍‍ସିପ୍‍ ଝାଡ଼ଖଣ୍ଡର ସିମ୍‍ଡେଗା ଜିଲ୍ଲାରେ ଖେଳାଯିବାକୁ ସ୍ଥିର ହୋଇଥିଲା।

Comments are closed.