ଜାତୀୟ ଜୁନିୟର ମହିଳା ହକି ସେମିରେ ଓଡ଼ିଶା

କଟକ : ଝାଡ଼ଖଣ୍ଡର ସିମ୍‌ଡେଗାରେ ଚାଲିଥିବା ୧୧ଶ ଜାତୀୟ ସବ୍‌ଜୁନିୟର ମହିଳା ହକି ଚମ୍ପିଆନ୍‌ସିପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଦଳ। ସୋମବାର ଖେଳା ଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ପଞ୍ଜାବକୁ ସହଜରେ ୫-୧ ଗୋଲ୍‌ରେ ଓଡ଼ିଶା ପରାସ୍ତ କରିଛି। ଓଡ଼ିଶା ପାଇଁ ଦୀପିକା ବାର୍‌ୱା ୩୭ ଓ ୫୧ ମିନିଟରେ ୨ଟି ଗୋଲ୍‌ ସ୍କୋର୍ କରିଥିଲେ। ଓଡ଼ିଶାର ନିଶା ଦାଦେଲ ୧୩ ମିନିଟରେ, ରମ୍ଭା କୁଜୁର ୪୧ ମିନିଟରେ ଓ କନିକା କେର୍‌କେଟା ୨୭ ମିନିଟରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପଞ୍ଜାବ ପାଇଁ ସୁଖବୀର କୌର ୫୫ ମିନିଟରେ ଏକମାତ୍ର ଗୋଲ୍‌ ଦେଇଥିଲେ। ଆସନ୍ତା ୧୭ରେ ହକି ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ଏବଂ ହରିୟାଣା ବିପକ୍ଷରେ ୟୁପି ସେମିଫାଇନାଲ ମ୍ୟାଚ୍ ଖେଳିବେ।

Comments are closed.