ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ରାଷ୍ଟ୍ରୀୟ ଇସ୍ପାତ ନିଗମର ସହାୟତା

ଭୁବନେଶ୍ଵର : ରାଜ୍ୟରେ ବାତ୍ୟା ଫନିର କ୍ଷୟକ୍ଷତିକୁ ଲକ୍ଷ୍ୟ କରି ରାଷ୍ଟ୍ରୀୟ ଇସ୍ପାତ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି ।  ବିଶାଖାପାଟଣା ଇସ୍ପାତ କାରଖାନାର ଅଧ୍ୟକ୍ଷ ପ୍ରଦୋଷ କୁମାର ରଥ ୧ କୋଟି ୪୦ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କମ୍ପାନୀ ତରଫରୁ ଶ୍ରୀ ରଥ ଏବଂ ନିର୍ଦେଶକ (ମାନବ ସମ୍ବଳ) କିଶୋର ଚନ୍ଦ୍ର ଦାସ, ବରିଷ୍ଠ ଅଧିକାରୀ ଉପେନ୍ଦ୍ର ବେହେରା, ଶ୍ରୀମନ୍ତ କୁମାର ମିଶ୍ର ଏବଂ କର୍ମଚାରୀମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଓଡ଼ିଶାରେ ରାଷ୍ଟ୍ରୀୟ ଇସ୍ପାତ ନିଗମ ସବସିଡିଆରୀ କମ୍ପାନୀ ଓମଡିସି,ବଡ଼ବିଲ ଏବଂ ବି.ଏସ.ଏଲ.ସି ବୀରମିତ୍ରପୁର ଠାରେ ଅବସ୍ଥିତ।

Comments are closed.