ଜାତୀୟ ରାଜପଥ ବିପଦପୂର୍ଣ୍ଣ, ଅନେକ ସ୍ଥାନରେ ରାସ୍ତା କଡରୁ ମାଟି ଧୋଇଗଲାଣି

ପାଟଣା: ଢେଙ୍କିକୋଟଠାରୁ ଗୋପାଳପୁର ମଧ୍ୟରେ ୨୦ ନମ୍ବର ଜାତୀୟ ରାଜପଥ କାମ ଅନେକ ସ୍ଥାନରେ ଅଧାପନ୍ତରିଆ ହୋଇ ପଡିରହିଛି । ମୁଖ୍ୟ ରାସ୍ତାର ଖାଲମାଲ ସୃଷ୍ଟି ହୋଇ ପ୍ରତ୍ୟହ ଯାନବାହାନ ଅଘଟଣର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥଳେ କଟରାବେଡା ସୀତା ସେତୁ ନିକଟ ପିପିଳିଆ ଛକରୁ ହାତୀଯିବା ଅଣ୍ଡରପାସ ଭଳି ଅନ୍ୟାନ୍ୟ ସ୍ଥାନରେ ରାସ୍ତା କଡରୁ ବର୍ଷା ଦିନେ ମାଟି ଧୋଇ ଯାଇଛି । ଅସାବଧାନତା ବସତଃ ପିଚୁ ରାସ୍ତାରୁ ବାଇକ ଅଥବା ଅନ୍ୟାନ୍ୟ ଯାନବାହାନ ତଳକୁ ଖସିଲେ ଦୁର୍ଘଟଣା ନିଶ୍ଚିତ ଜାଣି ସୁଦ୍ଧା ରାଜପଥ କତ୍ତୃପକ୍ଷ ଏହି ବିପଦ ସଙ୍କୁଳ ସ୍ଥଳ ଗୁଡିକ ମରାମତି କରୁନଥିବା ଅଭିଯୋଗ ହୋଇଛି ।

Comments are closed.